ଓଡିଶାରେ ପ୍ରବଳ ଝଡତୋଫାନ ଆଶଙ୍କା: ଆସନ୍ତା ୨୪ ଘଂଟା ମଧ୍ୟରେ ଏହିସବୁ ଜିଲ୍ଲାରେ କାଳବୈଶାଖୀ ହେବା ସମ୍ଭାବନା

ଓଡିଶାରେ ପ୍ରବଳ ଝଡତୋଫାନ ଆଶଙ୍କା: ଆସନ୍ତା ୨୪ ଘଂଟା ମଧ୍ୟରେ ଏହିସବୁ ଜିଲ୍ଲାରେ କାଳବୈଶାଖୀ ହେବା ସମ୍ଭାବନା

Source:Odisha Sun Times

କନକ ବ୍ୟୁରୋ: ଉପକୂଳ ଓଡିଶାରେ ଝଡତୋଫାନର ଆଶଙ୍କା । ଆସନ୍ତା ୯, ୧୦ ଓ ୧୧ ତାରିଖରେ ଉପକୂଳ ଓଡିଶାରେ ଝଡତୋଫାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ରାୟଗଡା , କନ୍ଧମାଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆସନ୍ତା ୧୪ରୁ ରାଜ୍ୟରେ ୨ରୁ୩ ଡିଗ୍ରୀ ତାପାମାତ୍ରା କମିପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗରମ ଅସହ୍ୟ ଥିବାରୁ ଏହି ସମୟରେ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ମୁଣ୍ଡରେ ଓଦା କନା, ହାତରେ ପାଣିବୋତଲ,ଛତା ଓ ଜୋତା ନେଇ ଘରୁ ବାହାରନ୍ତୁ। ଯଦି ଅପଣଙ୍କୁ ଖରାରେ ବୁଲିବା ସମୟରେ ମୁଣ୍ଡବୁଲାଏ କିମ୍ବା ବାନ୍ତି ଲାଗେ ତେବେ ଛାଇ ସ୍ଥାନ ଦେଖି ବିଶ୍ରାମ ନିଅନ୍ତୁ। ଖରାରେ ବୁଲୁଥିବା ସମୟରେ ହଠାତ୍ ପାଣି ପିଅନ୍ତୁ ନାହିଁ। ଯେତେ ସମ୍ଭବ ୧୨ଟା ପୂର୍ବରୁ କାମ ସାରି ଘରକୁ ଫେରିବାକୁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ସମୟରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୮ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୨୩ଡିଗ୍ରି ରହିଛି। ଅନ୍ୟପକ୍ଷରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖରୁ ରାଜ୍ୟରେ ୨ରୁ ୩ଡିଗ୍ରି ତାପମାତ୍ର କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ୯,୧୦ ଓ ୧୧ରେ ଝଡ଼ତୋଫାନ୍ ଆଶଙ୍କା ରହିଛି । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ରହିଛି। ରାଜ୍ୟର ଉପକୂଳ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ତାଳଚେର, ସୋନପୁର ତାପମାତ୍ରା ଆଉ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଲାଗି ହିଟୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe