ଚାଷୀଙ୍କୁ ମିଳିବ ଆଶ୍ୱସ୍ତି ! ଚଳିତବର୍ଷ ହେବ ସାଧାରଣ ଧରଣର ହେବ ମୌସୁମୀ ବର୍ଷା

56

ଚଳିତବର୍ଷ ଦେଶରେ ସାଧାରଣ ଧରଣର ମୌସୁମୀ ବର୍ଷା ହେବ ବୋଲି ବେସରକାରୀ ପାଣିପାଗ ବିଭାଗ ସ୍କାଏମେଟ୍ ପକ୍ଷରୁ ବୁଧବାର ପୂର୍ବାନୁମାନ ହୋଇଛି । ଏହା ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟିବ । ଦେଶର ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରାଇବାରେ ଏବର୍ଷର ପାଣିପାଗ ବିଶେଷ ସୁହାଇବ ବୋଲି ସୂଚନା ରହିଛି ।

ସ୍କାଲମେଟ୍ ଏବର୍ଷର ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ଟୁଇଟର୍ ଜରିଆରେ ସୂଚନା ପ୍ରଦାନ କରିଛି । ୨୦୧୮ ମସିହାରେ ସାଧାରଣ ବର୍ଷା ହେବାର ପ୍ରାୟ ୯୬ ପ୍ରତିଶତ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଚଳିତବର୍ଷ ବର୍ଷା ଜୁନ୍ ମାସରୁ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଦୀର୍ଘ ଚାରିମାସ ଧରି ଲାଗି ରହିବ। ରାଜ୍ୟ ପାଣିପାଗ ବିଭାଗ ଏନେଇ କୌଣସି ପୂର୍ବନୁମାନ କରିନାହିଁ । ସ୍କାଏମେଟର ଏହି ପୂର୍ବାନୁମାନ ପରେ ରାଜ୍ୟବାସୀମାନେ ମଧ୍ୟ କିଛି ପରିମାଣରେ ଆଶ୍ୱସ୍ତ ହୋଇଛନ୍ତି । ଚାଷୀମାନେ ଆଶ୍ୱସ୍ତ ଅନୁଭବ କରିବା ସହ ଏବେ ବି ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାକୁ ଅପେକ୍ଷା ରହିଛି ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇ ସାରିଲାଣି। ଗତ ୨ ଦିନ ତଳେ କେତେକ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇଥିବାର ଦେଖିବାକୁ ମିଳିଛି ।