ଶୀତ ଭିତରେ ବର୍ଷା ! ଆଜିଠୁ ରାଜ୍ୟରେ ୨ ଦିନ ଯାଏ ହାଲୁକା ବର୍ଷା ସମ୍ଭାବନା…ଉପକୂଳ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହୋଇପାରେ ବର୍ଷା

3,502

କନକ ବ୍ୟୁରୋ: ଶୀତ ଭିତରେ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଦେଇଛି । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଉପକୂଳ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ପାଗ ମେଘୁଆ ରହିବ ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୬ ଦିିନ ମଧ୍ୟରେ ତାପମାତ୍ରାରେ ବଡ ଧରଣର ଫରକ ଆସିବ ନାହିଁ । ତେବେ ବର୍ଷା ପରେ ଶୀତ ଆହୁରି ବଢିବା ସମ୍ଭାବନା ରହିଛି ।

ଦୁଇଦିନ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବ। ଆଜି ଉପକୂଳ ଓଡ଼ିଶା ଓ କାଲି ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୬ ଦିନ ମଧ୍ୟରେ ତାପମାତ୍ରାରେ ସେତେଟା ଫରକ ଆସିବ ନାହିଁ। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ କରାଯାଇଛି।