କନକ ବ୍ୟୁରୋ: ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଛି ଟ୍ରାପ ଲାଇନ । ଏହାର ପ୍ରଭାବରେ ସାରା ରାଜ୍ୟରେ ହାଲକା ବର୍ଷା ହେଉଛି । ବିଶେଷକରି ଉତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବ । ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । କଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି , ରାୟଗଡା, ଅନୁଗୁଳ, କଟକ , ଖୋର୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜରେ ବର୍ଷା ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି ।
ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଝାରୁସୁଗୁଡାରେ ୧୮.୯ ଓ ବଲାଙ୍ଗୀରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗତକାଲି ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିଲା । ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ଥଣ୍ଡା ଟିକେ କମ୍ ହୋଇଛି । ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ପୂର୍ବଭଳି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କୁହାଯାଇଛି । ତେବେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/11-1.jpg)
/kanak/media/post_attachments/wp-content/uploads/2019/09/Tropical_Storm_Thunder_and_Rain_Sounds_1024x1024.jpg)