ପହିଲାରୁ ପ୍ରବଳ ଶୀତ: ଲଘୁଚାପ ପ୍ରଭାବରେ ଖସିବ ପାରଦ, ବଢିବ ଶୀତ; ଡିସେମ୍ବର ପହିଲାରୁ ରାଜ୍ୟରେ ପଡ଼ିବ ପ୍ରବଳ ଥଣ୍ଡା

ଆସନ୍ତା ୨ ଦିନ ଘନ କୁହୁଡ଼ି ! ୧୭ରୁ ଶୀତ ବଢ଼ିବ...୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ

କନକ ବ୍ୟୁରୋ: ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଏକ ଲଘୁଚାପ ବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟ ଭାଗ ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ୨ ତାରିଖ ବେଳକୁ ଦକ୍ଷିଣ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ। ପ୍ରଭାବରେ ତାମିଲନାଡୁର ଦକ୍ଷିଣ ଉପକୂଳବର୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଓଡ଼ିଶାରେ ବର୍ଷାର ସମ୍ଭାବନା କ୍ଷୀଣ। ମାତ୍ର ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟରେ ଶୁକ୍ରବାରଠାରୁ ଶୀତ ବଢ଼ିବା ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। ଶୁକ୍ରବାର ରାଜ୍ୟର ୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଥିବା ବେଳେ ଶନିବାର ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୧୧.୦ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଫୁଲବାଣୀ ୧୪.୫, ଭବାନୀପାଟଣା ୧୫.୦, ଦାରିଙ୍ଗବାଡ଼ି ୧୪.୦ ଓ କୋରାପୁଟରେ ୧୪.୬ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି। ଭୁବନେଶ୍ବରରେ ରାତିର ସର୍ବନିମ୍ନ ତାପମାତ୍ରା ୧୮.୯ ଡିଗ୍ରି ରହିଥିଲା। କେନ୍ଦ୍ରର ସୂଚନା ଅନୁଯାୟୀ ଏବେଠାରୁ ରାଜ୍ୟର ପାରଦ ଖସିବା ଆରମ୍ଭ କରିବ। ୨ ଦିନରେ ପାଖାପାଖି ୪ ଡିଗ୍ରି ତାପମାତ୍ରା ଖସିବ। ଆଉ ଡିସେମ୍ବର ପହିଲାରୁ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe