ୱେଲମାର୍କ ଲୋ’ ପ୍ରେସର ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି । ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୬ରୁ ପ୍ରବଳ ବର୍ଷିବ ।

679

କନକ ବ୍ୟୁରୋ: ଓଡିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା , ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ବର୍ଷାର ପରିମାଣ କମିଛି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୨୪ ଘଂଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା କମିବ । ତେବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ । ଏଥିସହ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର ଓ ମୟୂରଭଂଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ମୟୂରଭଂଜରେ ସବୁଠୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ ହୋଇଛି । ଆସନ୍ତା ୩ ତାରିଖରୁ ଧିରେ ଧିରେ ବର୍ଷା କମିବ । ତେବେ ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସବୁଠାରୁ ବଡ଼ କଥା ହେଲା କି, ଏଥର ଓଡିଶାକୁ ବିଳମ୍ବରେ ମୌସୁମୀ ବାୟୁ ଛୁଇଁଥିଲା । ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ଅଧିକ ସକ୍ରିୟ କରିଛି । ଫଳରେ ଦୁଇ ଦିନ ହେଲା ସାରା ଓଡିଶାରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୬ ତାରିଖରୁ ପୁଣି ବର୍ଷା ହେବାର ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିବା ପରେ ଏବେ ବିଭିନ୍ନ ରାଜ୍ୟର ବନ୍ୟା ପରିସ୍ଥିତି ଉପୁଜି ପାରେ ବୋଲି ଆଶଙ୍କା କରାଯାଉଛି ।