ହିମାଚଳ ପ୍ରଦେଶରେ ହାହାକାର। ମଣ୍ଡି ବଜାର ନିକଟରେ ଭାସିଗଲା ୪୦ ବର୍ଷ ପୁରୁଣା ବ୍ରିଜ

ହିମାଚଳ ପ୍ରଦେଶରେ ହାହାକାର। ମଣ୍ଡି ବଜାର ନିକଟରେ ଭାସିଗଲା ୪୦ ବର୍ଷ ପୁରୁଣା ବ୍ରିଜ

କନକ ବ୍ୟୁରୋ: ସାରା ଦେଶରେ ମୌସୁମୀ ବର୍ଷା ଜାରିରହିଛି । ଲଗାତର ବର୍ଷା ଅନେକ ରାଜ୍ୟରେ ବଡ ବିପଦ ଆଣିଦେଇଛି । ହିମାଚଳପ୍ରଦେଶର ମଣ୍ଡିବଜାରରେ ଅଟୋ ବାଇପାସରେ ଏକ ୪୦ ବର୍ଷ ପୁରୁଣା ବ୍ରିଜ ବ୍ୟାସ ନଦୀରେ ବୋହିଯାଇଛି । ବ୍ରିଜ ନଦୀରେ ଭାସିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ମାତ୍ର କିଛି ସେକେଣ୍ଡରେ ପାଣିରେ ଭାସିଯାଇଛି ସମ୍ପୂର୍ଣ୍ଣ ବ୍ରିଜ ।

ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଜାମ୍ମୁକଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆହୁରି ୨ ଦିନ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ରାଜ୍ୟରେ ପୂର୍ବରୁ ବର୍ଷାକୁ ନେଇ ସଙ୍କଟ ଦେଇ ଗତିକରୁଛନ୍ତି । କୁଲ୍ଲୁ ନିକଟରେ ବ୍ୟାସ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଚଣ୍ଡିଗଡ-ମନାଲ୍ି ଜାତୀୟ ରାଜପଥର ଏକ ଅଂଶ ବୋହିଯାଇଛି । ଜାମ୍ମୁକାଶ୍ମୀର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ଜାରିରହିଛି । ଭୂସ୍ଖଳନର ଅନେକ ଚିତ୍ର ବର୍ତ୍ତମାନ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ସବୁ ରାଜ୍ୟରେ ସ୍ଥିତି ଆହୁରି ଜଟିଳ ହୋଇପାରେ । ସମସ୍ତ ୩ ରାଜ୍ୟରେ ପ୍ରଶାସନ ହାଇଆଲର୍ଟରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe