ଆଜିଠୁ ୨ ଦିନ ଘନ କୁହୁଡ଼ି ! ରାଜ୍ୟର ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

67

କନକ ବ୍ୟୁରୋ: ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସବୁ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୪ ତାରିଖ ସକାଳେ ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ସେହିପରି ୫ ତାରିଖରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ସ୍ଥିତି ଜାରି ରହିବ।