କନକ ବ୍ୟୁରୋ: ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୪ ତାରିଖରେ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ହେବ।
ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ କୁହୁଡ଼ି ଜାରି ରହିବ। ସେହିପରି ଆସନ୍ତା ୬ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ କୁହୁଡ଼ି ଜାରି ରହିବେ। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/FOG.jpg)