ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ମାର୍ଚ୍ଚରୁ ମେ ଯାଏଁ ସନ୍ତୁଳି ହେବ ଓଡ଼ିଶା, ସ୍ୱାଭାବିକ ତାପମାତ୍ରା ଠାରୁ ଢ଼େର ଉପରେ ରହିବ ପାରଦ: ପାଣିପାଗ ବିଶେଷଜ୍ଞ

380

କନକ ବ୍ୟୁରୋ: ମାଡ଼ି ଆସୁଛି ପ୍ରଚଣ୍ଡ ତାତି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରଭାବରେ ସନ୍ତୁଳିତ ହେବ ଓଡ଼ିଶା । ପ୍ରଚଣ୍ଡ ତାତି ପାଇଁ ସତର୍କ କଲା ପାଣିପାଗ ବିଭାଗ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଅଧିକା ରହିବ । ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ । ମେ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି । ସୁଚନା ଅନୁସାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର-ପଶ୍ଚିମ ଓ ଉତର ପୂର୍ବ ଭାରତର ଅଧିକାଂଶ ଅଂଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ ।

କେବଳ ଏତିକି ନୁହେଁ, ଏଥିସହ କେନ୍ଦ୍ରିୟ ଭାରତର ପୂର୍ବ ଏବଂ ପଶ୍ଚିମଭାଗ ସମେତ ଉତର ଉପଦ୍ୱୀପ ଭାରତର ଉପକୂଳବର୍ତ୍ତି ଅଂଚଳର କିଛି ଅଂଶ ସ୍ୱାଭାବିକ୍ ତାପମାତ୍ରା ଠାରୁ ଅଧିକା ରହିବ । ଏହି କ୍ରମରେ ଆସନ୍ତା ୩ମାସରେ ଓଡ଼ିଶାର ତାପମାତ୍ରା ମଧ୍ୟ ଅଧିକା ରହିବ । କ’ଣ ପାଇଁ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ତାତି ବଢ଼ିବ ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।