ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଫୁଟିବ ଓଡିଶା । କଲବଲ କରିବ ଝାଞ୍ଜି, ବଢିବ ତାପମାତ୍ରା

ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । 

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚରୁ ମେ’ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଉତ୍ତର-ପଶ୍ଚିମ, ପଶ୍ଚିମ, ମଧ୍ୟ, ଦକ୍ଷିଣ ଭାରତ ସମେତ ପଶ୍ଚିମ ଉପକୂଳ, ଓଡ଼ିଶାରେ ସାଧାରଣ ତାପମାତ୍ରାଠାରୁ ଅଧିକ ରହିବ ତାପମାତ୍ରା। ଏହାର ପ୍ରଭାବରେ ଝାଞ୍ଜି ବହିବ। ଭାରତୀୟ ପାଣିପାଗ ବିଜ୍ଞାନକେନ୍ଦ୍ର(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି, ଘଡ଼ଘଡ଼ି ସହ ବର୍ଷା ଓ ପବନର ଆଗାମୀ ଋତୁ ତଥା ସିଜନାଲ ପୂର୍ବାନୁମାନ ସମ୍ଭବ ନୁ‌ହେଁ। ବର୍ତ୍ତମାନ ଉପଲବ୍ଧ ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରି ଦିନେ ଦୁଇଦିନ ପୂର୍ବରୁ ସଠିକ୍‌ ପୂର୍ବାନୁମାନ କରିବା ସମ୍ଭବ ହୋଇପାରୁଛି। ଅତ୍ୟଧିକ ଗରମ ପବନ ଅନୁଭୂତ ହେଲେ ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ତଥା କାଳବୈଶାଖୀର ସମ୍ଭାବନା ରହୁଛି।

କିନ୍ତୁ ଅତ୍ୟଧିକ ଗରମ ହେଲେ ବର୍ଷା ଓ ପବନ ହେବ, ଏହାର କିଛି ନିର୍ଦ୍ଦିଷ୍ଟ ଅନୁମାନ କରିହେବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାର ଗୋପାଳପୁର ଓ ପାରାଦ୍ବୀପରେ ଡପ୍‌ଲର ରାଡାର୍‌ ଖଞ୍ଜାଯାଇଛି। ଆଗାମୀ ଦିନରେ ସମ୍ବଲପୁର ଏବଂ ବାଲେଶ୍ବରର ଚାନ୍ଦିପୁରଠାରେ ଡପ୍‌ଲର ରାଡାର୍‌ ଲଗାଯିବ। ଏହାଦ୍ବାରା ପାଣିପାଗ ସଂକ୍ରାନ୍ତରେ ଅଧିକ ସଠିକ୍‌ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe