କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୯ଟି ସହରର ପାରଦ ୪୦ଡିଗ୍ରି ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫.୫ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୨ ଦିନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ବଲାଙ୍ଗୀରରେ ୪୪.୫ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୪୩.୦ ଡିଗ୍ରୀ, ସୋନପୁରରେ ୪୩.୦ ଡିଗ୍ରୀକୁ ପାରଦ ଛୁଇଁଥିବାବେଳେ ସମ୍ବଲପୁରରେ ୪୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ଏବଂ ହୀରାକୁଦରେ ୪୧.୪ ଡିଗ୍ରୀକୁ ପାରଦ ଛୁଇଁଛି ।
Follow Us