କୁହୁଡ଼ି ଆସ୍ତରଣରେ ଓଡ଼ିଶା: ଆଗାମୀ ୨୪ ଘଣ୍ଟାରେ ୮ ଜିଲ୍ଲାରେ ପାଇଁ ଘନ କୁହୁଡ଼ି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ କଲା ପାଣିପାଗ ବିଭାଗ

84

କନକ ବ୍ୟୁରୋ: କୁହୁଡ଼ିର ଚାଦରରେ ଆଚ୍ଛାଦିତ ହେଉଛି ରାଜ୍ୟ। ଆଗକୁ କିଛି ଦିନ ବି ଏହିଭଳି ଭାବେ କୁହୁଡ଼ିର ଆସ୍ତରଣ ପଡ଼ିବ। ଆଜି ୮ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଅନୁଗୁଳ ଓ ଢେଙ୍କାନାଳ। ଏଥିସହ ରାଜ୍ୟର ବାକି କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ବି ପଡ଼ିବ ବୋଲି ବିଭାଗ ସୂଚନା ଦେଇଛି।

ଗତକାଲିର ୱାର୍ଣ୍ଣିଂ ଅନୁସାରେ ଗତକାଲି ସକାଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଏହାର ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା। ଏହାଛଡ଼ା ପାରାଦୀପଠାରେ ଘନ କୁହୁଡ଼ି ଦେଖାଯାଇଥିଲା। ଏହାର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା। ଅନ୍ୟପଟେ ଭୁବନେଶ୍ବର, କଟକ ଓ ଫୁଲବାଣୀରେ ହାଲ୍କା କୁହୁଡ଼ି ଦେଖିବାକୁ ମିଳିଥିଲା। ଏହାର ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ କୁହୁଡ଼ି ପାଇଁ ପାଗ ଉପଯୋଗୀ ରହୁଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳବର୍ତୀ ଓଡ଼ିଶା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି।

୮ ତାରିଖ ସକାଳୁ କଟକ, ଜଗତସିଂହପୁର, ସୋନପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ପୁରୀ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। ଅର୍ଥାତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଭଳି ଶୀତ ଜାରି ରହିବ।