ପୁଣି ଲେଉଟିଲା ଜାଡ । ଥଣ୍ଡାରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

169

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରୁଛି ସମଗ୍ର ଓଡିଶା । ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡି ସହ ହାଡଭଙ୍ଗା ଶୀତ । ଓଡିଶାର କାଶ୍ମୀର ଦାରିଙ୍ଗବାଡି, ସୀମନବାଡି ଓ ବାଙ୍ଗାବାଡାରେ ତୁଷାରପାତ ହୋଇଛି । ଫୁଲବାଣୀ ଓ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡରେ ୭ ଦଶମିକ ୧ ଡିଗ୍ରୀ, ଭବାନୀପାଟଣାରେ ୮ ଦଶମିକ ୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯ ଦଶମିକ ୧ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଝାରସୁଗୁଡାରେ ୯ ଦଶମିକ ୪ ଡିଗ୍ରୀ, ସମ୍ବଲପୁରରେ ୯ ଦଶମିକ ୬ ଡିଗ୍ରୀ, ଓ ବଲାଙ୍ଗୀରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରିଛି ପାଣିପାଗ ବିଭାଗ । ଚଳିତ ମାସରେ ପ୍ରଥମ ଥର ପାଇଁ ସୋନପୁରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨ ଦିନ ଯାଏଁ ଅଧିକାଂଶ ସହରରେ ସକାଳୁ ସକାଳୁ ହାଲୁକାରୁ ସ୍ୱଳ୍ପ କୁହୁଡି ଦେଖାଦେବ । ୫ ଶହ ମିଟର ଆଗକୁ କିଛି ଦେଖାଯିବ ନାହିଁ । ଆସନ୍ତାକାଲି ଠାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।