ଆଜିଠାରୁ ବଢ଼ିବ ତାତି : ୬ରୁ କାଳବୈଶାଖୀ, ପ୍ରଭାବରେ ଉପକୂଳ ଅଂଚଳରେ ଘଡଘଡି ସହ ବର୍ଷା ସମ୍ଭାବନା

47

କନକ ବ୍ୟୁରୋ : ଆଜିଠାରୁ ବଢ଼ିବ ତାତି । ଅଧିକାଂଶ ସ୍ଥାନରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୬ତାରିଖ ବେଳକୁ ଉପକୂଳବର୍ତି କେତେକ ସ୍ଥାନରେ କାଳବୈଶାଖୀ ବହିବାର ଆଶଙ୍କା ରହିଛି ।

ଏହାର ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସ୍ୱାଭାବିକ ତାପମାନଠାରୁ ଅଧିକ ତାପ ଅନୁଭୁତ ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ ।

ଆସନ୍ତା ପାଂଚ ତାରିଖ ପର୍ଯ୍ୟନ୍ତ ଏହି ତାତି ଅନୁଭୂତ ହେବ । ତେବେ ୬ରୁ୯ତାରିଖ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ବର୍ଷା ହୋଇପାରେ । ଏବଂ ତାତିରେ ପରିବର୍ତନ ଆସିବ । ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ୩୪.୭ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ଏବଂ କଟକରେ ୩୪ଡିଗ୍ରୀ ରହିଥିଲା ।