ଲଘୁଚାପ ଆଣିବ କି ବାତ୍ୟା ? ଆଇଏମଡି ଡିଜି କହିଲେ...

Advertisment
ଲଘୁଚାପ ଆଣିବ କି ବାତ୍ୟା ? ଆଇଏମଡି ଡିଜି କହିଲେ...

କନକ ବ୍ୟୁରୋ : ଲଘୁଚାପ ଆଣିବ କି ବାତ୍ୟା? ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଂଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଥାଏ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି । ବାତ୍ୟାର ଗତିପଥ, ତୀବ୍ରତା, ରୂପରେଖ ଏବଂ ଏହା କେଉଁ ଉପକୂଳରେ ପହଂଚିବ ତାହା ପୂର୍ବାନୁମାନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe