୨୮ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷା: ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା

Advertisment
୨୮ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷା: ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା

କନକ ବ୍ୟୁରୋ: ୨୮ ଯାଏଁ ଓଡ଼ିଶାରେ ବଡ଼ ବର୍ଷା ନାହିଁ। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ତେବେ ମୋଟାମୋଟି ଭାବେ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ନାହିଁ। ଆଜି ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି।

ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆହୁରି ପୂର୍ବାନୁମାନ କରାଯାଇଛି ଯେ ୨୪ ଓ ୨୫ତାରିଖରେ ଉତ୍ତର କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ୨୬ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ଆଜି କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବିଶେଷ ବର୍ଷା ନାହିଁ। ଅଳ୍ପ କେତେକ ସ୍ଥାନରେ ହାଲକା ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ସୀମାନ୍ତ ଉତ୍ତର, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅନେକ ଜାଗାରେ ସ୍ବଳ୍ପ ବର୍ଷା ହେବ। ବର୍ଷାର ପରିମାଣ ୩୫ମିମି ରହିବ। ୨୪ ତାରିଖରେ ବି ପାଗ ଅପରିବର୍ତ୍ତିତ ରହିବ। ୨୫ରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ। ସାରା ରାଜ୍ୟରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାଧାରଣ ଭାବେ ଅନେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ୨୬ତାରିଖରେ ବର୍ଷାର ପ୍ରକୋପ କମିବ। ୨୭ ଓ ୨୮ରେ ପାଗ ଏକପ୍ରକାର ଶୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe