ବଙ୍ଗୋପସାଗରରେ ଲଘୁଚାପ ଗଭୀର ଅବପାତରେ ରୂପ ନେବାପରେ ଆନ୍ଧ୍ର ଉପକୂଳ ମୁହାଁ । ସମୁଦ୍ର ଭିତରେ ୫ କିଲୋମିଟର ବେଗର କରୁଛି ଗତି : ପ୍ରଭାବରେ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା

468

କନକ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ବର୍ତମାନ ସମୁଦ୍ର ଭିତରେ ୫ କିଲୋମିଟର ବେଗରେ ଗତି କରୁଛି । ଏହା ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୫ ଜିଲ୍ଲା ପାଇଁ ଅରେଂଜ ଓ ୪ ଜିଲ୍ଲାକୁ ୟେଲୋ ୱାଣ୍ଣିିଂ । ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଓ ଗଂଜାମ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ନବରଙ୍ଗପୁର, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷାକୁ ନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ସତର୍କ କରାଇ ସାରିଛନ୍ତି ଏସଆରସି । ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିପାରେ । ପାହାଡିଆ ଅଂଚଳରେ ଭୂସ୍ଖଳନ ଭଳି ସ୍ଥିତି ଉପୁଜିପାରେ । ତେଣୁ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।