କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ବଢିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ କଟକ,ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡର ତାପମାତ୍ରା ଆଗାମୀ ୨୪ ଘଣ୍ଟା ଭିତରେ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି ।
ଏଥିସହ ରାଜ୍ୟରେ ରାତିବେଳେ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ । ହେଲେ ଆଗାମୀ ୨ରୁ ୩ ଦିନ ଧରି ରାଜ୍ୟରେ ଦିନବେଳା ତାପମାତ୍ରା ବଦଳିବ ବୋଲି କୁହାଯାଇଛି । ଏଥିପାଇଁ ସତର୍କ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଆଜି ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫.୩ ଡିଗ୍ରୀ ରହିଥିବା ସୂଚନା ମିଳିଛି । ଏହାସହ ଗଜପତି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଚଳରେ କୁହୁଡି ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/TEMPRETURE.jpg)