ଆସନ୍ତାକାଲି ଆସୁଛି ଆଉ ଏକ ଲଘୁଚାପ, ଆଶଙ୍କା ବଢୁଛି । ୩ଦିନ ଧରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା, ଜିଲ୍ଲାପାଳଙ୍କୁ ସଜାଗ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର 

ଆସୁଛି ଆଉ ଏକ ଲଘୁଚାପ

514
କନକ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ରାଜ୍ୟବାସୀଙ୍କୁ କଲବଲ କଲାଣି ବର୍ଷା । ଲଘୁଚାପ ଜନିତ ବର୍ଷା ପାଇଁ ଫସଲ ନଷ୍ଟ ହୋଇଗଲାଣି । ଋଣ କରି ଚାଷ କରୁଥିବା ଚାଷୀ କେମିତି ଋଣ ସୁଝିବେ ସେନେଇ ଏବେ ଚିନ୍ତାରେ ପଡିଛନ୍ତି । ଆଉ ଏହାରି ମଧ୍ୟରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ଚାଷୀଙ୍କ ଚିନ୍ତାକୁ ଦୁଇଗୁଣିତ କରିଦେଇଛି । ସେପଟେ ପରିସ୍ଥିତି ମୁକାବିଲା ନେଇ ଜରୁରୀ ବୈଠକ କରିଛନ୍ତି ଗଂଜାମ ଜିଲ୍ଲାପାଳ । ମାସ ଶେଷଯାଏଁ ହେଡକ୍ୱାର୍ଟର ନଛାଡିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।