ଅବପାତରେ ପରିଣତ ହେଲା ଉତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ୯ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି : ଯାଜପୁରରେ ସର୍ବାଧିକ ବର୍ଷା ରେକର୍ଡ

744

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର ,ଭଦ୍ରକ, ମୟୁରଭଂଜ,କେନ୍ଦୁଝର, ପାରାଦୀପ, ଝାରସୁଗୁଡା,ଅନୁଗୁଳ,ଦେବଗଡ଼, କଟକର ଖାଲୁଆ ଅଂଚଳରେ ପାଣି ଜମା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ଏହି ଜିଲ୍ଳା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।ଉତର ଉପକୂଳବର୍ତୀ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଏହି ଜିଲ୍ଲା ଗୁଡିକରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇପାରେ ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର,ମାଲକାନଗିରି, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା,ବରଗଡ,ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ସୁଦ୍ଧା ଯାଜପୁର ଦଶରଥପୁର ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଦଶରଥପୁରରେ ୮୪ ମିଲିମିଟର ଓ ଭଣ୍ଡାରୀପୋଖରୀରେ ୭୦ ମିିଲିମିଟର ବର୍ଷା ରେକର୍ଡ କରାଯାଇଛି ।