ଉତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି । ଆସନ୍ତା ୨୪ ଘଂଟା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

359

କନକ ବ୍ୟୁରୋ : ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ । ସଂବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତା ୨୪ ଘଂଟା ଜାରି ରହିବ ବର୍ଷା । ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାସହ କେନ୍ଦୁଝର, ଅନୁଗୁଳ, ନୂଆପଡା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଜିଲ୍ଲା ଗୁଡିକରେ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଂଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କାରଣରୁ ରାଜାରେ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି ।