କନକ ବ୍ୟୁରୋ: ଆସନ୍ତା ୨୪ ଘଂଟାରେ ପୁଣି ସାରା ରାଜ୍ୟରେ ବର୍ଷିବ । ଉତର ଓଡିଶାରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଆଶଙ୍କା କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର ଓଡିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ସହ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।
ଦେବଗଡ, ସମ୍ବଲପୁର, ସୋନପୁର, ବରଗଡ, ଜଗତସିଂପୁର, ବଲାଙ୍ଗିର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । । ସେହିଭଳି ବୌଦ୍ଧ, ନୟାଗଡ, କଳାହାଣ୍ଡି, ପୁରି, କଟକ, କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ପରେ ବର୍ଷାର ପରିମାଣ କମିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/rain-01025519.jpg)
/kanak/media/post_attachments/wp-content/uploads/2018/08/thunderstorm-alert-delhi-afp_650x400_71525708585-3-300x185.jpg)