ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ହୋଇପାରେ ବର୍ଷା ।

3,033

କନକ ବ୍ୟୁରୋ: ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିପାରେ । ବର୍ଷା କମିବା ସହ କୁହୁଡି ଓ ଥଣ୍ଡା ବଢିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘନକୁହୁଡି ସହ ଥଣ୍ଡା ସାମାନ୍ୟ ବଢିବ ।

ମୁଖ୍ୟତଃ କଳହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ ଏବଂ ଢେଙ୍କାନାଳ ଭଳି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ଉପକୂଳବର୍ତୀ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ଆଗାମୀ ୨୪ ଘଂଟା ଭିତରେ ତାପମାତ୍ରା ବୃଦ୍ଧିପାଇବ । ମାତ୍ର ୨୪ ଘଂଟା ପରେ ତାପମାତ୍ରା ୪ଡୀଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ।