କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତ ଲହରି । ୧୨ ସହରରେ ୧୫ ଡ଼ିଗ୍ରୀ କିମ୍ବା ତା ଠାରୁ କମ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ସୋନପୁରରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୯ ଦଶମିକ ୪ ଡ଼ିଗ୍ରୀ ରହିଛି ତାପମାତ୍ରା । ସେହିପରି ଫୁଲବାଣୀରେ ୧୦ ଡ଼ିଗ୍ରୀ, ଦାରିଙ୍ଗିବାଡ଼ିରେ ୧୦ ଡ଼ିଗ୍ରୀ, ଅନୁଗୁଳରେ ୧୨ ଡ଼ିଗ୍ରୀ, ଝାରସୁଗୁଡ଼ା ୧୩ ଦଶମିକ ୨, ଭବାନୀପାଟଣା ୧୩ ଦଶମିକ ୫, କେନ୍ଦୁଝର ୧୩ ଦଶମିକ ୬, ସୁନ୍ଦରଗଡ଼ ୧୪ ଦଶମିକ ୫, କୋରାପୁଟ ୧୪ ଦଶମିକ ୬, ବାରିପଦାରେ ୧୪ ଦଶମିକ ୯, କଟକରେ ୧୫ ଡ଼ିଗ୍ରୀ ଏବଂ ବଲାଙ୍ଗୀରରେ ୧୫ ଡ଼ିଗ୍ରୀ ରହିଛି ତାପମାତ୍ରା ।
ରାଜ୍ୟରେ ଶୀତ ଲହରି ଜାରି । ୧୫ ଡ଼ିଗ୍ରୀ ତଳେ ୧୨ ସହରର ତାପମାତ୍ରା
Advertisment
Follow Us