କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଗରମ କମ୍ ରହିଛି । ସାମୁଦ୍ରିକ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବନି । ତେଣୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ ଗ୍ରୀଷ୍ମ କୋପରୁ । ଯଦିଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ଆହୁରି ୨ ଦିନ ତାତି ୪୦ ଡିଗ୍ରୀ ସେଲସିୟସ ଉପରେ ରହିପାରେ ପାରଦ ଆଉ ଅଧିକ ବଢ଼ିବା ସମ୍ଭାବନା ନାହିଁ । ବୁଧବାରା ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା ।

Advertisment

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ ନାହିଁ । ଅପରପକ୍ଷେ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିପାରେ । ବୁଧବାର ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅଂଚଳରେ ବହୁଥିଲା । ଆଜିଠାରୁ କ୍ରମଶଃ ସାମୁଦ୍ରିକ ପବନ ଉତର ଆନ୍ଧ୍ର ଉପକୂଳ ସହିତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଂଚଳ, ଗଜପତି, ରାୟଗଡ଼ା ଏବଂ ଆଭ୍ୟନ୍ତରୀଣ ଗଂଜାମରେ ପ୍ରବାହିତ ହେବ । ରାଜ୍ୟରେ ବାକି ଅଂଚଳରେ ମଧ୍ୟ ପଶ୍ଚିମା ଗରମ ପବନ ସିଧା ବହିବ ନାହିଁ ।