ଲଘୁଚାପ ପ୍ରଭାବରେ ଓଡିଶାରେ ଆହୁରି ୩ ଦିନ ବର୍ଷିବ: କାଲି ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣି, ୧୬ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି

ତଳି ଅଂଚଳରେ ପାଣି ପଶିବା ସହ କଚା ଘର ପ୍ରଭାବିତ ହେବା ଆଶଙ୍କା

660

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷା ଲାଗି ରହିବ । ୧୫, ୧୬ ଏବଂ ୧୭ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ୧୬ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।

ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ଜମିବା ସହ କଚା ଘର ଓ କଚା ରାସ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି । ସେହିପରି କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କନ୍ଧମାଳ, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ୧୬ ତାରିଖରେ ୯ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଓ ୭ଟି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ତାରିଖରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ୧୮ ତାରିଖରୁ ପାଗରେ ପରିବର୍ତନ ଆସିପାରେ ।