ପୁଣି ଆସୁଛି ଲଘୁଚାପ ବର୍ଷା ! ଆସନ୍ତା ୧୬ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ।

75

କନକ ବ୍ୟୁରୋ : ଆସନ୍ତା ୧୬ରେ ପୁଣି ଆସୁଛି ଲଘୁଚାପ । ପଶ୍ଚିମବଙ୍ଗରୁ ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ଏକ ଟ୍ରାପଲାଇନ୍ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୧୬ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୭ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ ।

ବିଶେଷକରି ରାଜ୍ୟର ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଉଛି । ତେବେ ଲଘୁଚାପ ସମ୍ପର୍କରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଅଧିକାଂଶ ସ୍ଥାନରେ ୧୬ ତାରିଖଠାରୁ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେହିପରି ୧୭ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସୂଚନା ଅନୁଯାୟୀ, ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରାପଲାଇନ୍ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ।