ଆସନ୍ତାକାଲି ସୁଦ୍ଧା ସତର୍କ ରୁହ ୧୪ ଜିଲ୍ଲା! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ପଢ଼ନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

6,375

କନକ ବ୍ୟୁରୋ: ୧୪ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, କନ୍ଧମାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଢ଼େଙ୍କାନାଳ ଭଳି ଜିଲ୍ଳା ଗୁଡ଼ିକରେ ବର୍ଷା ଓ ବଜ୍ରପାତ ବିପଦଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏପରିକି ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ରାଜ୍ୟର ୩ ଜିଲ୍ଲାକୁ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକ ହେଲା, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ  । ତେବେ ଏହି ୩ ଜିଲ୍ଲାକୁ ମଧ୍ୟ ଆସନ୍ତାକାଲି ସୁଦ୍ଧା ସତର୍କ ରହିବାକୁ ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।