୨୪ ଘଣ୍ଟା ଭିତରେ ସତର୍କ ରୁହ ୧୪ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ପଢ଼ନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

2,750

କନକ ବ୍ୟୁରୋ: ୧୪ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଳା ଗୁଡ଼ିକରେ ବର୍ଷା ଓ ବଜ୍ରପାତ ବିପଦଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏପରିକି ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ରାଜ୍ୟର ୫ଟି ଜିଲ୍ଲାକୁ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକ ହେଲା, ସୋନପୁର, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ । ତେବେ ଏହି ୫ ଜିଲ୍ଲାକୁ ମଧ୍ୟ ଆସନ୍ତାକାଲି ସୁଦ୍ଧା ସତର୍କ ରହିବାକୁ ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।