ଆସନ୍ତା ୯ ତାରିଖ ଯାଏଁ ପ୍ରବଳ ବର୍ଷିବ । ଝଡ଼ ବର୍ଷା ସହ ବଜ୍ରପାତ ବିପଦ ଥିବା ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ ।

Advertisment
ଆସନ୍ତା ୯ ତାରିଖ ଯାଏଁ ପ୍ରବଳ ବର୍ଷିବ । ଝଡ଼ ବର୍ଷା ସହ ବଜ୍ରପାତ ବିପଦ ଥିବା ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ ।

କନକ ବ୍ୟୁରୋ: ସତର୍କ ରୁହ ସାରା ଓଡ଼ିଶା । ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଏନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ବଜ୍ରପାତ ଓ ପ୍ରବଳ ବର୍ଷିବା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଏବଂ ବଜ୍ରପାତ-କାଳବୈଶାଖୀ ବିପଦ ଥିବା ଦେଶର ବିଭିନ୍ନ ସ୍ଥାନ ମଧ୍ୟରେ ଅଛି: ପଞ୍ଜାବ ଉତ୍ତର ହରିୟାଣା, କର୍ଣ୍ଣାଟକ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶ । ସେହିଭଳି ତେଲେଙ୍ଗାନା, ବିଦର୍ଭ, ସିକିମ୍, ଓଡ଼ିଶା, ବିହାର, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ପୁଡୁଚେରୀ, ତାମିଲନାଡୁ, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଭଳି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତାକାଲି ଭିତରେ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲକ୍ଷଦ୍ୱୀପ ଭଳି ସ୍ଥାନରେ ପ୍ରବଳୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe