ଜଳୁଛି ପଶ୍ମିମ ଓଡ଼ିଶା । ଟିଟିଲାଗଡ଼ଠୁ ବଳିଗଲା ସୋନପୁର ତାତି, ୧୦ ସହରରେ ପାରଦ ଟପିଲା ୪୧ ଡିଗ୍ରୀ ।

Advertisment
ଜଳୁଛି ପଶ୍ମିମ ଓଡ଼ିଶା । ଟିଟିଲାଗଡ଼ଠୁ ବଳିଗଲା ସୋନପୁର ତାତି, ୧୦ ସହରରେ ପାରଦ ଟପିଲା ୪୧ ଡିଗ୍ରୀ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସୋନପୁରରେ ପାରଦ ୪୪.୮ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।

publive-imageଅନ୍ୟପଟେ ସମ୍ବଲପୁରରେ ୪୪.୭ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୪୪.୬, ତାଳଚେରରେ ୪୪.୩, ଝାରସଗୁଡ଼ାରେ ୪୪.୦, ବଲାଙ୍ଗୀରରେ ୪୩.୭, ହୀରାକୁଦରେ ୪୩.୬, ମାଲକାନଗିରିରେ ୪୩.୨, ଭବାନୀପାଟଣାରେ ୪୩.୦, ଅନୁଗୁଳରେ ୪୨.୭ ଏବଂ ସୁନ୍ଦରଗଡ଼ରେ ୪୧.୦ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe