କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସୋନପୁରରେ ପାରଦ ୪୪.୮ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ସମ୍ବଲପୁରରେ ୪୪.୭ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୪୪.୬, ତାଳଚେରରେ ୪୪.୩, ଝାରସଗୁଡ଼ାରେ ୪୪.୦, ବଲାଙ୍ଗୀରରେ ୪୩.୭, ହୀରାକୁଦରେ ୪୩.୬, ମାଲକାନଗିରିରେ ୪୩.୨, ଭବାନୀପାଟଣାରେ ୪୩.୦, ଅନୁଗୁଳରେ ୪୨.୭ ଏବଂ ସୁନ୍ଦରଗଡ଼ରେ ୪୧.୦ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-shot-2018-03-30-at-6.01.28-PM-768x428-3.png)