କନକ ବ୍ୟୁରୋ: ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ ପୂର୍ବାନୁମାନ କରି ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।ଏହି ୫ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର, କରୋପୁଟ, ରାୟଗଡ଼ା, ଗଜପତି ଓ ମୟୁରଭଞ୍ଜ ଆଦି ଜିଲ୍ଲା ରହିଛି। ସେହିପରି ମଇ ୮ ତାରିଖରୁ ମଇ ୯ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, , ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବା ସହିତ ବଜ୍ରପାତର ଆଶଙ୍କା ରହିଛି । ମେ ୯ରୁ ୧୦ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାକୁ ବି ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ।
Weather Forecast & Warning: pic.twitter.com/JFylJBfToZ
— Meteorological Centre, Bhubaneswar (@mcbbsr) May 8, 2020
ତେବେ କେବଳ ଏତିକି ନୁହେଁ, ମେ ୧୦ରୁ ୧୧ ତାରିଖରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରଖି ପାଣିପାଗ ବିଭାଗ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି। ଏସବୁ ଜିଲ୍ଲାରେ ଏହି ସମୟରେ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୧୧ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର,କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ବଜ୍ରପାତ ଆଶଙ୍କା ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ।