ଜଳୁଛି ପଶ୍ମିମ ଓଡ଼ିଶା । ୧୨ ସହରରେ ପାରଦ ଛୁଇଁଲା ୪୦ ଡିଗ୍ରୀ, ସବୁଠୁ ଉତ୍ତପ୍ତ ସମ୍ବଲପୁର ।

ଅସମ୍ଭାଳ ହେଲାଣି ତାତି । ଅସ୍ତବ୍ୟସ୍ତ ଜନଜୀବନ, ଆକାଶରେ ସୂର୍ଯ୍ୟଙ୍କ ପ୍ରଖର କିରଣ

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୨ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସମ୍ବଲପୁରରେ ପାରଦ ୪୪.୭ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।

publive-imageଅନ୍ୟପଟେ ସୋନପୁର ୪୪.୬ ଡିଗ୍ରୀ ସେଲସିୟସ, ବଲାଙ୍ଗୀରରେ ୪୪.୫, ଟିଟିଲାଗଡ଼ରେ ୪୪.୦, ହୀରାକୁଦରେ ୪୩.୭, ଝାରସଗୁଡ଼ାରେ ୪୩.୬, ଭବାନୀପାଟଣାରେ ୪୨.୬, ସୁନ୍ଦରଗଡ଼ରେ ୪୨.୦, ମାଲକାନଗିରିରେ ୪୨.୦, ଅନୁଗୁଳରେ ୪୧.୭, ତାଳଚେରରେ ୪୧.୨ ଏବଂ କେନ୍ଦୁଝରରେ ୪୦.୦ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe