କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୨ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସମ୍ବଲପୁରରେ ପାରଦ ୪୪.୭ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ସୋନପୁର ୪୪.୬ ଡିଗ୍ରୀ ସେଲସିୟସ, ବଲାଙ୍ଗୀରରେ ୪୪.୫, ଟିଟିଲାଗଡ଼ରେ ୪୪.୦, ହୀରାକୁଦରେ ୪୩.୭, ଝାରସଗୁଡ଼ାରେ ୪୩.୬, ଭବାନୀପାଟଣାରେ ୪୨.୬, ସୁନ୍ଦରଗଡ଼ରେ ୪୨.୦, ମାଲକାନଗିରିରେ ୪୨.୦, ଅନୁଗୁଳରେ ୪୧.୭, ତାଳଚେରରେ ୪୧.୨ ଏବଂ କେନ୍ଦୁଝରରେ ୪୦.୦ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/HIGH-TEMPRATURE.jpg)