୬ ଜିଲ୍ଲାକୁ ବର୍ଷା ଓ ଘଡ଼ଘଡି ବିପଦ । ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ନେଇ ସତର୍କ କଲା ପାଣିପାଗ ବିଭାଗ

Advertisment
୬ ଜିଲ୍ଲାକୁ ବର୍ଷା ଓ ଘଡ଼ଘଡି ବିପଦ । ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ନେଇ ସତର୍କ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ଆକୁଆ ସୂଚନା । ୬ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି । ଅପରାହ୍ନ ୩ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାକୁ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, ଗଜପତି ଓ ଢେଙ୍କାନାଳ ଭଳି ୬ଟି ଜିଲ୍ଲାକୁ ବର୍ଷା ସହ ଘଡଘଡି ନେଇ ଆଗୁଆ ସତର୍କ କରାଇଲା ପାଣିପାଗ ବିଭାଗ ।

publive-imageଅନ୍ୟପଟେ ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁଥିବାବେଳେ ଏହା ପ୍ରଭାବରେ ୧୨ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆଜି ସନ୍ଧ୍ୟା ସୁଧା ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe