ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ସନ୍ଧ୍ୟା ସୁଦ୍ଧା ୩ ଜିଲ୍ଲାକୁ ବଜ୍ରପାତ ବିପଦ ।

865

କନକ ବ୍ୟୁରୋ: ରାଜ୍ୟର ୩ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର ୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଭଳି ଜିଲ୍ଲା । ତେବେ ସନ୍ଧ୍ୟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଓଡ଼ିଶାର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ତେଣୁ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।