ବଜ୍ରପାତ ବିପଦ : ସନ୍ଧ୍ୟା ସୁଦ୍ଧା ରାଜ୍ୟର ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା, ସତର୍କ ସୂଚନା ଜାରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

52

କନକ ବ୍ୟୁରୋ: ୬ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଢ଼େଙ୍କାନାଳ ଭଳି ଜିଲ୍ଲାକୁ ସନ୍ଧ୍ୟା ୫.୩୦ ମିନିଟ୍ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ।

thunderstormସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଓଡ଼ିଶାର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ତେଣୁ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଏହାସହ ଏସଆରସିଙ୍କୁ ମଧ୍ୟ ପୂର୍ବରୁ ସୂଚିତ କରାଯାଇଥିବା ଆଞ୍ଚଳିକ ପାଣିପାକ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି । ତେବେ ଆଜି ଆକାଶ ମେଘାଚ୍ଛନ ରହିଥିବା ବେଳେ ଗତକାଲି ଠାରୁ ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ବର୍ଷା ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି ।