ଜଳୁଛି ଓଡ଼ିଶା ! ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼, ପାରଦ ଛୁଇଁଲା ୪୫.୫ ଡିଗ୍ରୀ ।

Advertisment
ରାଜ୍ୟରେ ଅସମ୍ଭାଳ ତାତି ! ଜଳୁଛି ପଶ୍ଚିମ ଓଡିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା । ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ ଉଲ୍ଲେଖ ରହିଛି ଯେ, ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ରହିଛି । ଯାହାର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରହିଥିଲା । ଏହା ତଳକୁ ସୋନପୁରେ ପାରଦ ୪୫.୪ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୫.୧ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୪୪.୪ ଡିଗ୍ରୀ ସେଲସିୟସ ରହିଛି ।

ସେହିଭଳି ହୀରାକୁଦରେ ୪୪.୧ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୪୨.୧ ଡିଗ୍ରୀ ସେଲସିୟସ, ତାଳଚେରରେ ୪୧.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ସେଲସିୟସ, ବାରିପଦାରେ ୪୧.୪ ଡିଗ୍ରୀ ସେଲସିୟସ ଏବଂ କେନ୍ଦୁଝରରେ ଆଜିର ତାପମାତ୍ରା ୪୧.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe