କନକ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା । ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ ଉଲ୍ଲେଖ ରହିଛି ଯେ, ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ରହିଛି । ଯାହାର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରହିଥିଲା । ଏହା ତଳକୁ ସୋନପୁରେ ପାରଦ ୪୫.୪ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୫.୧ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୪୪.୪ ଡିଗ୍ରୀ ସେଲସିୟସ ରହିଛି ।
ଜଳୁଛି ସାରା ଓଡ଼ିଶା । ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ । ସବୁଠାରୁ ଉତ୍ତପ୍ତ ସହରଭାବେ ୪୫.୫ ଡିଗ୍ରୀ ତାପମାତ୍ରାରେ ସିଝୁଛି ଟିଟିଲାଗଡ । #WeatherUpdate#Odishapic.twitter.com/v1lALpnAB8
— Kanak News (@kanak_news) May 10, 2019
ସେହିଭଳି ହୀରାକୁଦରେ ୪୪.୧ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୪୨.୧ ଡିଗ୍ରୀ ସେଲସିୟସ, ତାଳଚେରରେ ୪୧.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ସେଲସିୟସ, ବାରିପଦାରେ ୪୧.୪ ଡିଗ୍ରୀ ସେଲସିୟସ ଏବଂ କେନ୍ଦୁଝରରେ ଆଜିର ତାପମାତ୍ରା ୪୧.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।