ଆହୁରି ୨୪ ଘଂଟା ବର୍ଷିବ : ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ୫୦ରୁ ୬୦କିଲୋମିଟର ବେଗରେ ପବନ ସହ ଲାଗିରହିବ ବର୍ଷା

25

କନକ ବ୍ୟୁରୋ : ବଂଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଛି । ଉତର ଓଡିଶା, ଝାଡଖଣ୍ଡ, ଓ ପଶ୍ଚିମବଂଗର ଗାଂଗେୟ ଉପତ୍ୟାକାରେ ସୃଷ୍ଟି ହୋଇଛି ଘୁର୍ଣିବଳୟ । ଦୁଇ ଦିନ ହେଲା କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି ।

ଆହୁରି ଦୁଇ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ଓ ୧୧ରେ ଅଧିକ ବର୍ଷାର ସମ୍ଭାବନା ରହିଛି । ୧୪ ତାରିଖ ଯାଏଁ ଏପରି ପାଗ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ୧୫ ପରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି  ।