କନକ ବ୍ୟୁରୋ : ବଂଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଛି । ଉତର ଓଡିଶା, ଝାଡଖଣ୍ଡ, ଓ ପଶ୍ଚିମବଂଗର ଗାଂଗେୟ ଉପତ୍ୟାକାରେ ସୃଷ୍ଟି ହୋଇଛି ଘୁର୍ଣିବଳୟ । ଦୁଇ ଦିନ ହେଲା କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି ।
ଆହୁରି ଦୁଇ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ଓ ୧୧ରେ ଅଧିକ ବର୍ଷାର ସମ୍ଭାବନା ରହିଛି । ୧୪ ତାରିଖ ଯାଏଁ ଏପରି ପାଗ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ୧୫ ପରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-07h47m45s103.png)