ଆଜିଠୁ ବଦଳିବ ପାଣିପାଗ… ଜାଣନ୍ତୁ କେଉଁ ଜିଲ୍ଲା ଭିଜିବ, କେଉଁ ଜିଲ୍ଲା ଶୁଖିଲା ରହିବ

2,208

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିବ । ଆକାଶ ମେଘାଛନ୍ନ ସମ୍ଭବନା ରହିଛି । ସେହିପରି ରାତି ତାପମାତ୍ରାରେ ବିଶେଷ ପରିବର୍ତନର ନାହିଁ । ଶୀତର ପ୍ରଭାବ ରହିବ ନାହିଁ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରବାବ ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତାକାଲି ଏହା ଆଣ୍ଡାମାନ ଉପକୂଳରେ ପହଂଚିବ । ସେହିପରି ଅବପାତର ରୂପ ନେଇ ୧୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହା ଉପକୂଳ ଅତିକ୍ରମ କରିବା ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଫଳରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।