ସମୁଦ୍ରରେ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମୁହାଁଇ ଚାଲିଛି ୟାସ : ଉପକୂଳ ଓଡିଶାରେ ଅନୁଭବ ହେଲାଣି ପ୍ରଭାବ; ଆରମ୍ଭ ହେଲାଣି ବର୍ଷା ପବନ
କନକ ବ୍ୟୁରୋ : ଆସୁଛି ବାତ୍ୟା, ହେଲାଣି ପବନ । ବାତ୍ୟା ୟାସ ଏବେ ସମୁଦ୍ର ଭିତରେ ରହିଛି । ଘଂଟା ପ୍ରତି ୨ କିଲୋମିଟର ବେଗରେ ଗତି କରି ବଳ ଗୋଟାଉଛି । ହେଲେ ଏହାର ପ୍ରଭାବ ଏବେ ଠାରୁ ଉପକୂଳ ଓଡିଶାରେ ଅନୁଭୁତ ହେଲାଣି । କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଗତସିଂହପୁର. କେନ୍ଦ୍ରାପଡା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବାତ୍ୟା ୟାସ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାସଚିବ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ପାଣିପାଗ ବିଭାଗର ଆକଳନ ଆଉ ପାଗର ମିଜାଜ ପରିବର୍ତନ ଲୋକଙ୍କୁ ଆତଙ୍କିତ କରୁଛି । ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସମୁଦ୍ର କୂଳିଆ ଲୋକଙ୍କ ମଧ୍ୟରେ ଭୟ ବଢିଯାଇଛି । ସମୁଦ୍ର କୂଳବର୍ତୀ ଅଂଚଳ ଗୁଡିକରେ ଥିବା ୪୮ଟି ଗାଁର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ରାଜନଗର ବାତ୍ୟା ପ୍ରବଣ ଅଂଚଳ । ଏହି ଅଂଚଳବାସୀ ପ୍ରତି ବର୍ଷ ବାତ୍ୟା ସହିତ ଜୁଝି ହେଉଛନ୍ତି ।
୧୯୭୧ରୁ ଆରମ୍ଭ କରି ଆଜି ମଧ୍ୟରେ ୪୦ରୁ ଅଧିକ ବାତ୍ୟା ଅଙ୍ଗେ ନିଭାଇ ସାରିଛନ୍ତି । ଅଂଚଳର ବହୁ ଗାଁ ସମୁଦ୍ର କୂଳରେ ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲେ ଜନବସତିକୁ ମାଡି ଆସିବାର ସମ୍ଭାବନା ରହିଛି । ବାତ୍ୟା ୟସ୍ର ମୁକାବିଲା ପାଇଁ ପ୍ରଶାସନ ଅଂଟା ଭିଡିଛି । ଚାଳ ଛପର ଘରେ ରହୁଥିବା ପରିବାର ଗୁଡିକ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ଗୁଡିକୁ ଚାଲିଯିବା ପାଇଁ ସୂଚନା ଦିଆଯାଇଛି ।