ଓଃ ! କି ଶାନ୍ତି… ଯାହା ହେଉ ଟିକେ ବର୍ଷା ହେଲା । ପାଗରେ ପରିବର୍ତ୍ତନ ଫଳରେ ଡହଡହ ଖରାରୁ ତ୍ରାହି ମିଳିଲା…

337

କନକ ବ୍ୟୁରୋ: ବଦଳିଲା ରାଜଧାନୀ ଭୁବନେଶ୍ୱରର ପାଗ । ପ୍ରଚଣ୍ଡ ରୌଦ୍ରତାପରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି । ଭୁବନେଶ୍ୱରରେ କାଳବୈଶାଖୀର ପ୍ରଭାବ । ରାଜଧାନୀରେ ଘୂର୍ଣ୍ଣିଝଡ ସହ ବହୁଛି ପବନ । କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ । ସ୍ଥାନେ ସ୍ଥାନେ ଝିପା ଝିପା ବର୍ଷା ଆରମ୍ଭ ହୋଇଥିବା ବେଳେ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଛି । ତେବେ କାଳବୈଶାଖୀ କାରଣରୁ ହଠାତ୍ ପାଗରେ ପରିବର୍ତ୍ତନ ଆସିବା ସହ ଆକାଶ ମେଘାଚ୍ଛନ୍ନ ରହିଛି ।

ତେବେ ଖାଲି ରାଜଧାନୀ ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ବି କାଳବୈଶାଖୀର ପ୍ରଭାବ ଅନୁଭୂତ ହୋଇଛି । ଘୂର୍ଣ୍ଣିଝଡ ସହ ବର୍ଷା ହୋଇଛି । ସେପଟେ ଆଜି ବି ରାଜଧାନୀ ଭୁବନେଶ୍ୱରରେ ତାତି ପୁଣି ୪୩ଡିଗ୍ରୀ ଟପିଥିଲା । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଚାନ୍ଦବାଲି ୪୦ ଡିଗ୍ରୀ, , ଝାରୁସୁଗଡା ୩୯.୨, କେନ୍ଦୁଝର ୩୭. ୬, ରାଉରକେଲା ୩୭. ୬, ସମ୍ବଲପୁର ୩୬. ୭. ହୀରାକୁଦ ୩୬, ପୁରୀ ୩୫.୨, ଗୋପାଳପୁର ୩୫.୨ ଏବଂ ପରାଦୀପରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।