ମାଲକାନଗିରିରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା । ୪୦ ଡିଗ୍ରୀ ଉପରେ ୫ ସହର, ସେପଟେ ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା

92

କନକ ବ୍ୟୁରୋ : ସାରା ରାଜ୍ୟରେ ତାତି ବଢ଼ୁଥିବା ବେଳେ ଆଗାମୀ ୫ ଦିନ ଯାଏଁ ଏହା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ
ଆଉ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ରୁ ୪୦ ଡିଗ୍ରୀ ସେଲିସିୟସ୍ ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି ।

ସେହିପରି ରାତିର ତାପମାତ୍ରା ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ସେଲିସିୟମ୍ ବୃଦ୍ଧି ପାଇଛି ଫଳରେ ରାତିରେ ଅଧିକ ଗରମ ଅନୁଭୂତ ହେଉଛି । ଏହି ଧାରା ଆଗମାୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଂଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।