କନକ ବ୍ୟୁରୋ: ଖରାଦିନ ଆସିଲେ ବଲାଙ୍ଗିରବାସୀଙ୍କୁ ଖରା ଗରମର ଚିନ୍ତାଥାଏ । କାରଣ ପଶ୍ଚିମ ଓଡ଼ିଶାରେ ଟାଣ ଖରା ନୁହେଁ ଆକାଶରୁ ନିଆଁ ବର୍ଷିଥାଏ । ଗରମ ଦିନେ ବିଶେଷକରି ବଲାଙ୍ଗିର ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥାଏ । ଗରିବ ଓ ମଧ୍ୟବିତଙ୍କ ପାଇଁ ବରଦାନ ପାଲଟିଛି ପଶ୍ଚିମ ଓଡ଼ିଶାରେ ତିଆରି ହେଉଥିବା ଟିଣ କୁଲର । ଏସି ଅପେକ୍ଷା ଏହି କୁଲର କମ୍ ପଇସାରେ ମିଳୁଥିବାରୁ ଲୋକେ ତାଙ୍କ ଚାହିଦା ମୁତାବିକ କିଣିପାରୁଛନ୍ତି । ଏହା ସହ ଲୋ-ଭୋଲଟେଜ୍ରେ ମଧ୍ୟ ଏହି କୁଲର ଚାଲିଥାଏ । ଟିଣ କୁଲରରେ ପାଣି ବ୍ୟବହାର ହୋଇଥାଏ । ଯାହା ଟିଣକୁ ଶିଘ୍ର ଥଣ୍ଡା କରି ଲୋକଙ୍କୁ ଶିତଳ ପ୍ରଦାନ କରିଥାଏ । ଲୋକଙ୍କ ଚାହିଦାକୁ ନଜରରେ ରଖି ଦୀର୍ଘ ୩୦ ବର୍ଷ ହେଲା ଏହି ବ୍ୟବସାୟ କରି ଭଲ ଲାଭ ପାଉଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Advertisment

ସେହିପରି ସମ୍ବଲପୁରରେ ମଧ୍ୟ ଏହାର ଚାହିଦା ଢେର ଅଧିକ ରହିଛି । ଏହି କୁଲର ଦାମ ୧୬ଶହ ଟଙ୍କାରୁ ଆରମ୍ଭ କରି ୭ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ସହ ୧ ବର୍ଷର ୱାରେଂଟି ମଧ୍ୟ ରହିଛି । ଏହାର ଚାହିଦା ଏତେ ଅଧିକ ରହିଛି ଜିଲ୍ଲା ବାହାରକୁ ଯୋଗାଣ ହେଉଛି ଟିଣ କୁଲର । ରୁତୁକାଳୀଳ ବ୍ୟବସାୟ ହୋଇଥିବାରୁ ଗରମ ଦିନେ ଭଲ ରୋଜଗାର କରନ୍ତି ବ୍ୟବସାୟୀ । ଏହି କୁଲରରେ ଟିଣ, ପଙ୍ଖା ଓ ଉନ୍ନ୍ତ ମାନର ମଟର ଖଂଜାଯାଇଛି । ଏସି ଅପେକ୍ଷା ଏହି କୁଲର ବ୍ୟବହାର କଲେ କମ୍ ବିଦ୍ୟୁତ୍ ବିଲ ଆସିଥାଏ । ଅନ୍ୟପଟେ ପରିବେଶ ପାଇଁ ମଧ୍ୟ ଏହା ବେଶ ଉପକୂଳ । କାରଣ ଏଥିର ପ୍ରଦ୍ୟୁଷଣ ଯୁକ୍ତ ଅଙ୍ଗାରକାମ୍ଳ ଗ୍ୟାସ ନଥାଏ ।