ବଦଳିଲା ପାଣିପାଗ, ଆଜିଠୁ ଶୁଖିଲା ପାଗ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ-ପଶ୍ଚିମ ମୁହାଁ; ଆଉ ଓଡ଼ିଶା ଉପରେ ଏହାର ରହିବନି ପ୍ରଭାବ

Advertisment
ବଦଳିଲା ପାଣିପାଗ, ଆଜିଠୁ ଶୁଖିଲା ପାଗ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ-ପଶ୍ଚିମ ମୁହାଁ; ଆଉ ଓଡ଼ିଶା ଉପରେ ଏହାର ରହିବନି ପ୍ରଭାବ

କନକ ବ୍ୟୁରୋ: ଗତ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷିବା ପରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ। ଫଳରେ ଆଜିଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଏବ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଝାଡଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଯଦିଓ ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ। ଫଳରେ ଉପକୂଳ ଓଡ଼ିଶା ଉତ୍ତର-ପଶ୍ଚିମ ବଙ୍ଗୋପସା‌ଗର ତଟବର୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

କେନ୍ଦ୍ରର ସୂଚନା କହୁଛି, ୧ ଜୁନ୍‌ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୮୮୧.୯ ମିମି ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬୭.୯ ମିମି ବର୍ଷା ହୋଇଯାଇଛି। ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦% ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇର ଅଭାବୀ ବର୍ଷା ପରିସ୍ଥିତି ଏବେ ଭରଣା ହୋଇପାରିଛି। ରାଜ୍ୟରେ ୧୦ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅତିରିକ୍ତ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅଭାବୀ ବ‌ର୍ଷା ଆଉ କୌଣସି ଜିଲ୍ଲାରେ ହୋଇନାହିଁ। ୧ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୫୪% ଅତିରିକ୍ତ ବର୍ଷା ହୋଇଛି। ଗତ ଦୁଇ ଦିନରେ ରାଜ୍ୟରେ ଅତି ଅଧିକ ବର୍ଷା ହୋଇଯାଇଛି। କେବଳ ଗତ ଦୁଇ ଦିନରେ ରାଜ୍ୟରେ ହାରାହାରି ୧୨୭ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe