ଚୀନରେ ସୋସିଆଲ ମିଡିଆରେ କିଛି ଅଜବ ଏବଂ ନିଆରା ଟ୍ରେଂଡ ଦେଖିବାକୁ ମିଳିଛି । ୟୂଜର୍ସ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯେଉଁଥିରେ ସେମାନେ ଅଧା ମୁହଁରେ ତଳେ ପଡିଥିବାର ଦେଖିବାକୁ ମିଳିଛନ୍ତି ଏବଂ ତାଙ୍କ ସାମ୍ନାରେ ଦାମୀ ଜିନିଷ ଖେଳାଇ ହୋଇ ପଡିଛି । ଏଥିରେ ମୋବାଇଲ ଫୋନ, କ୍ୟାମେରା, କପଡା, ବାଇକକୁ ନେଇ ଟଙ୍କା ପର୍ୟ୍ୟନ୍ତ । ଏହାକୁ ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ବାଇବୋରେ ‘ଫ୍ଲଂଟ ୟୋର ହେଲଥ ଚ୍ୟାଲେଂଜ’ ନାଁ ଦିଆଯାଇଛି । ଦୁଇ ସପ୍ତାହ ହେବ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଦୁଇ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ପୋଷ୍ଟ ଶେୟାର ହୋଇଛି ।
ଏହିଭଳି ଏକ ଭିଡିଓ ଟିକଟକରେ ଶେୟାର କରାଯାଇଛି ଯାହାକୁ ୫୦ହଜାର ଭ୍ୟୁ ମିଳିଛି । ସେହିଭଳି ରାସ୍ତାଘାଟରେ ଏଭଳି ଫଟୋ ଶେୟାର ହେବା ଘଟଣାକୁ ଆଖିରେ ରଖି ଚୀନ ପୁଲିସ ରାସ୍ତାଘାଟ ନିୟମ ଉଲଂଘନ କରିଥିବା ହେତୁ ଜୋରିମାନା ଲଗାଇଛନ୍ତି । ଏହି ଟ୍ରେଣ୍ଡ ଜୁଲାଇରେ ରୁସର ଏକ ଡିଜେ ପୋଷ୍ଟରୁ ଆରମ୍ଭ ହୋଇଥିଲା । ଫଟୋରେ ଡିଜେ ନିଜ ପ୍ରାଇଭେଟ ଜେଟରୁ ପଡିଯିବାର ନାଟକ କରୁଥିଲେ । ସେହିଠାରୁ ହିଁ ଏହି ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/falling_stars_challenge_1540017766_800x420.jpg)
/kanak/media/post_attachments/wp-content/uploads/2018/10/10416650-3x2-700x467-300x200.jpg)
/kanak/media/post_attachments/wp-content/uploads/2018/10/f1-300x200.jpg)